ଭାରତରେ ହିନ୍ଦୁଙ୍କ ସଂଖ୍ୟା ୧୦୦କୋଟି ତେଣୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର : ରବି କିଶନ


ଭାରତରେ ଅଧିକାଂଶ ହିନ୍ଦୁ ଧର୍ମର ଲୋକ ବସବାସ କରୁଛନ୍ତି। ଏପରିକି ଭାରତରେ ପାଖାପାଖି ୧୦୦କୋଟିରୁ ଉଦ୍ଧ୍ଵ ହିନ୍ଦୁ ଧର୍ମାବଲମ୍ବୀ ରହିଛନ୍ତି ତେଣୁ ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। ବୁଧବାର ସଂସଦ ବାହାରେ ସାମ୍ବାଦିକମାନଙ୍କୁ ଏଭଳି କହିଛନ୍ତି ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗୋରଖପୁରରୁ ଲୋକସଭାକୁ ନିର୍ବାଚିତ ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ରବି କିଶନ। ସେ କହିଛନ୍ତି, ବିଶ୍ବରେ ଅନେକ ଗୁଡିଏ ମୁସଲିମ ଓ ଇଶାଇ ଦେଶ ରହିଛି। ତେଣୁ ଆମେ ଭାଗ୍ୟବାନ ଯେ ଆମ ଦେଶରେ ଅନେକ ଧର୍ମାବଲମ୍ବୀର ଲୋକ ବସବାସ କରୁଥିଲେ ମଧ୍ୟ ଆମ ସଂସ୍କୃତିକୁ ଜୀବିତ ରଖିବା ପାଇଁ ଭାରତ ଭଳି ଏକ ଦେଶ ରହିଛି।